ଜୟ ଜଗନ୍ନାଥ
ଓଡ଼ିଶା ରେ ବାତ୍ୟା ୨୦୧୩ ମସିହା ପରଠାରୁ ଯେମିତି ହେଲେ ମଧ୍ୟ ବର୍ଷ ରେ ଥରେ ହେଲେ ନା କାହିଁକି ଆସୁଛି ହିଁ ଆସୁଛି। ସତେ ଯେମିତି ଓଡ଼ିଶା ବାତ୍ୟା ର ମାମୁଁ ଘର । ଏ ବର୍ଷ ମଧ୍ଯ ବାତ୍ୟା ଆସୁଛି ଆଉ ତାର ନାଁ ହେଉଛି ଦାନା । ଆଶଙ୍କା କରାଯାଉଛି କି ଏହି ଲଘୁଚାପ ବାତ୍ୟା ରେ ପରିଣତ ହେଲା ପରେ ଓଡ଼ିଶା ର ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ମଝିରେ ବାଡେଇ ହେବ ଏବେ ଦାନା ବଳ ଯୁଟାଉଛି । ଦାନା ର ପ୍ରଭାବ ଓଡ଼ିଶା ର ପୁରୀ ଠାରୁ ପଶ୍ଚିମ ବଙ୍ଗଳା ର ଶାଗର ଦ୍ଵୀପ ପର୍ଯ୍ୟନ୍ତ ରହିବ। ସରକାର ତୁରନ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରି ସାରିଛନ୍ତି ତେବେ ସ୍କୁଲ ଓ କଲେଜ ଛୁଟି ଘୋଷଣା କୁ ନେଇ ପିଲା ମାନେ ବହୁତ୍ ଖୁସି ସତେ ଯେମିତି ବାତ୍ୟା ତାଙ୍କ ମାଉସୀ ପୁଅ ଭାଇ ପାଠ ପଢ଼ା ନାହିଁ ସାଠ ଖାଲି ଦେଖିଲେ ମୋବାଇଲ। ଛୁଆଏ କହୁଛନ୍ତି "ଏମିତି ବାତ୍ୟା ସେମାନଙ୍କର କିଛି କରିପାରିବନି" , କିଏ କହୁଛି " ସେ ଯୋଉ ପବନ ହବ ସେଥି ମୁଁ ଗୁଡ଼ି ଉଡାଇବି" , କିଏ କହୁଛି "ମୁଁ ଆମ ଛାତ ଘର ଭିତରେ ଦୁଆର ଦେଇ ରହିବି" ଛୁଆ କଣ ବା ବୁଝୁଛନ୍ତି। ଏପଟେ କିଏ ଧାନ ପାଇଁ ମୁଣ୍ଡ ରେ ହାତ ଦେଲାଣି ତ କିଏ ସଉଦା ପରିବା ସବୁ ଆଗୁଆ କିଣିଲାଣି । ଏବେ ବାତ୍ୟା ର ସ୍ଥଳ ଭାଗ ଛୁଇଁବ ସେଠୀ ବ୍ୟାପକ କ୍ଷୟକ୍ଷତି କରିବ ଏହି ସମୟରେ ସମୁଦ୍ର କୁ ନଯିବା ଓ ଏହି ସମୟରେ ମାଟି କିମ୍ବା ଆଯବେଷ୍ଟ ଘରେ ନ ରହି ଛାତ ଘରେ ଆଶ୍ରୟ ନେବା ନଚେତ୍ ବାତ୍ୟା ଆଶ୍ରୟସ୍ଥଳୀ ରେ ଆଶ୍ରୟ ନେବା।
ତେବେ ବାତ୍ୟା ର ବେଗ କେମିତି ରହିବ କିଛି ତଥ୍ୟ ପ୍ରକାଶ ପାଇନାହିଁ।