ଜୟ ଜଗନ୍ନାଥ
ଆମ ଓଡିଶା ର ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡା ରେ ଗଲା କାଲି ଏହି ବୟାନ ଦେଇଛନ୍ତି ଯେ ସାଧାରଣ ଜନତା ରାଜସ୍ଵ ଅଧିକାରୀଙ୍କୁ କାମ ନ କଲେ ତାଙ୍କୁ ମାର୍କ ଦେବେ ଯଦି ସେହି ମାର୍କ ୧୦ ରୁ କମିବ ବା ବାରମ୍ବାର କମିବ ତେବେ ସେହି ଅଧିକାରୀ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଉପର ଅଧିକାରୀ ମାନେ ତଳ କର୍ମଚାରୀ ଙ୍କ ଉପରେ ଦୋଷ ଲଦିଦେଇ ନିଜେ ସାଧୁ ହେଇ ନଯାଆନ୍ତୁ ଯାହା ଫଳ ରେ ନିର୍ଦୋଷ ଦଣ୍ଡ ପାଇଯିବେ ।
କିନ୍ତୁ ଉପାୟ ଟି ଭଲ ହେଇଛି ଏହା ସଫଳ ହେବା ବାକି ରହିଲା। ଯଦି ଏହି ଉପାୟ ଟି ସମସ୍ତ ବିଭାଗ ପାଇଁ ଲାଗୁ ହୁଅନ୍ତ ବହୁତ ଭଲ ହୋଇ ପାରିଥାନ୍ତା ।