Suna Bhesha - ସୁନା ବେଶ

ଜୟ ଜଗନ୍ନାଥ

ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ରେ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ମହା ପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଅଣସର ଗୃହ ରୁ ସୁସ୍ଥ ହୋଇ ମାଉସୀ ମା ମନ୍ଦିର କୁ ନଅ ଦିନ ପାଇଁ ବୁଲିବାକୁ ଯାଇଥାନ୍ତି। ଏହା କୁ ଗୁଣ୍ଡିଚା ଯାତ୍ରା ବା ରଥ ଯାତ୍ରା ବୋଲି କୁହାଯାଏ। ନଅ ଦିନ ରେ ପ୍ରଭୁ ମାନେ ଶ୍ରୀ ମନ୍ଦିର ନିମନ୍ତେ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏହା କୁ ବାହୁଡା଼ ଯାତ୍ରା ବୋଲି କୁହାଯାଏ। ବାହୁଡା଼ ଯାତ୍ରାର ପରଦିନ ବା ଆଷାଢ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ତିନି ଠାକୁର ରଥ ଉପରେ ମହଣ ମହଣ ସୁନା ରେ ସଜିତ ହୁଅନ୍ତି। ଏହା ହେଉଛି ପ୍ରଭୁ ଜଗନ୍ନାଥଙ୍କ ର ସୁନା ବେଶ।

ତେବେ ମହାମାରୀ corona ର ପ୍ରଭାବ ରେ ଏହି ବର୍ଷ ଏ ଯାତ୍ରା ହେବ କି ନହେବ ସେଥିପାଇଁ ସମସ୍ତ ଙ୍କ ମନ ରେ ଦ୍ୱୋନ୍ଦ ଥିଲା ହେଲେ ଯେତେବେଳେ ପ୍ରଭୁ ଜଗନ୍ନାଥଙ୍କ ଆଖି ଭକ୍ତ ମାନଙ୍କୁ ଦେଖିବାକୁ ବ୍ୟାକୁଳ ତାଙ୍କୁ ଅଟକାଇବ କିଏ। 

ସମସ୍ତ ଓଡିଶା ବାସୀ ଙ୍କ ମନସ୍କାମନା ପୂର୍ଣ୍ଣ ହେବା ସହ ସବୁ କିଛି ସଅଳ ସଅଳ ହେଇଛି।

SATYA NARAYAN SAHOO

My self Satya Narayana Sahoo currently working in small business

Post a Comment

Please Select Embedded Mode To Show The Comment System.*

Previous Post Next Post